Multibhashi

  ମଲ୍ଟିଭାଷୀ ଟିମ ସହିତ ଗାକୁ ନାକାମୁରା, ସିଇଓ, ରେଆରଜବ

ମଲ୍ଟିଭାଷୀ ବବୁତ ଖୁସିର ସହିତ ଘୋଷଣା କରିଛି ଯେ ଏବେ ରେଆରଜବ ଆଇଏନସି, ଜାପାନର ଏକ ବିଖ୍ୟାତ ଅନଲାଇନ ଇଂରାଜୀ ଶିଖିବା ଖେଳ, ନିହିତ ଏକ ନିବେଶକାରୀ ଦଳ ପୁଞ୍ଜି ନିବେଶ କରିଛନ୍ତି | . 

ମଲ୍ଟିଭାଷୀ ମାତ୍ର ୨ ବର୍ଷ ଆଗରୁ ଆରମ୍ଭ ହେୟାଇଥିଲା କେବଳ ଗୋଟିଏ ଲକ୍ଷ ସହିତ ଯେ ଯେଉଁମାନେ କୌଣସି ଭାଷା ଶିଖିବାରେ ଇଚ୍ଛୁକ ସେମାନେ କିପରି ତାକୁ ଭଲ ଭରେ ଶିଖି ପାରିବେ | ବର୍ତମାନ ମଲ୍ଟିଭାଷୀର ୧୫ ଲକ୍ଷରୁ ମଧ୍ୟ ଅଧିକ ୟୁଜର ରହିଛନ୍ତି | ଏହି ଷ୍ଟାର୍ଟଅପଟି  ଏଫବି ଷ୍ଟାର୍ଟ , ଏକସିଲର, ଗ୍ରେ ମେଟର କେପିଟାଲ , AWS ଏଡୁଷ୍ଟାର୍ଟ ଓ ଗୁଗଲ ଲଞ୍ଚପେଡ ଭଳି ଅନେକ ନାମିଦାମୀ ଏକସେଲେଟର ଦ୍ୱାରା ଚୟନିତ ମଧ୍ୟ ହେୟାଇଛି |

ମଲ୍ଟିଭାଷୀରେ ୧୧ରୁ ମଧ୍ୟ ଅଧିକ ଭାଷା (ଇଂରାଜୀ, କନ୍ନଡା , ତାମିଲ, ମାଲାୟାଲାମ, ତେଲୁଗୁ, ମରାଠୀ, ପଂଜାବୀ, ଗୁଜରାତି, ଓଡ଼ିଆ, ବଙ୍ଗାଳି , ହିନ୍ଦୀ ଇତ୍ୟାଦି ) ରହିଛି ଯାହା ଦ୍ୱାରା ଇଂରାଜୀ ଶିଖେଇଥାଏ | ୨୭୦୦୦ ୟୁଜର ଏହାକୁ ୫ ମଧ୍ୟରୁ ୪.୪ ରେଟିଙ୍ଗ ଦେୟୀ ଏହାକୁ ଶିକ୍ଷା/ଶିଖିବା ଆପ ଭିତରେ ଏକ ଟପ ରେଟେଡ଼ ଆପ ଭାବରେ ବିବେଚିତ କରିଛନ୍ତି |  ଏହା ସେହି କମ ଆପ ଭିତରେ ଗୋଟିଏ ଯାହା ଚାଟବୁଟ ଓ ଭଏସ ବୁଟ ଭଳି ସୁବିଧା ଯୋଗାଇଛି ଯାହା ଶିଖିବା ପ୍ରକ୍ରିୟାକୁ ଆହୁରି ମଜେଦାର କରିଦେଇଛି | ଏହା ବ୍ୟତୀତ ଆହୁରି କିଛି ଫିଚର୍ସ ଯେମିତି କି କମ୍ୟୁନିଟି ଫିଚର୍ସ ଯାହା ଆପରେ ପିଅର ଲର୍ଣ୍ଣିଙ୍ଗକୁ ଉତ୍ସହାହିତ କରିଥାଏ | ପ୍ରିମିୟମ/ପେଡ କୋର୍ସ ସିଧାସଳଖ ଶିକ୍ଷଙ୍କ ସହିତ ଲାଇଭ ସପୋର୍ଟର ସୁବିଧା ମଧ୍ୟ ଦେଇଥାଏ |

app screens

ଭାରତରେ ୪୬୦ ମିଲିୟନ ନୀଳ ଓ ଧୂସର ରଙ୍ଗର କୋଲାର୍ଡ ପ୍ରଫେସନାଲଙ୍କ ମଧ୍ୟରେ ମୁଖ୍ୟତଃ ଯେଉଁମାନେ ଭଲ ଆୟ ଓ ଜୀବନଶୈଳୀ ପାଇଁ ନିଜର କମ୍ୟୁନିକେଟିଭ ଇଂରାଜୀକୁ ଉନ୍ନତ କରିବା ପାଇଁ ଚାହୁଁଛନ୍ତି , ମଲ୍ଟିଭାଷୀ ତାଙ୍କ ପାଇଁ ବହୁତ ଚେଷ୍ଟା କରିଅଛି | 

ମୁଖ୍ୟତଃ ଏହି ଭିନ୍ନ ଗୋଷ୍ଠୀଙ୍କୁ ଧ୍ୟାନରେ ରଖି , ମଲ୍ଟିଭାଷୀ ନିଜର ବାଇ-ଲିଙ୍ଗୁଆଲ ତାଲିମ ଯେମିତି କି ଚାକିରୀ ସମ୍ବନ୍ଧୀୟ ବାର୍ତାଳାପ ଓ ଭରଚୁଆଲ ଶିକ୍ଷକ ସୁବିଧା ଉପରେ (୧୧ଟି ଭାରତୀୟ ଭାଷା ସାହାଯ୍ୟରେ ଇଂରାଜି ଶିଖେଇବା ) ଲକ୍ଷ ରଖିଅଛି |

“”ମିଶନକୁ ଧ୍ୟାନରେ ରଖି , ଦଳକୁ ଆହୁରି ମଜବୁତ କରିବ ପାଇଁ, ନିଜର ପ୍ରଡକ୍ଟ ଉନ୍ନତ କରିବା ପାଇଁ ଓ ମାର୍କେଟରେ ଆହୁରି ଗଭୀରରେ ଯିବା ପାଇଁ ବର୍ତମାନ ଆମେ ଏହି ପଦକ୍ଷେପ ନେୟୀଛୁ ” କୁହନ୍ତି ଅନୁରାଧା ଅଗ୍ରୱାଲ , ମଲ୍ଟିଭାଷୀ ସଂସ୍ଥାପକ | ମଲ୍ଟିଭଷୀର ମୁଖ୍ୟ ଲକ୍ଷ ହେଲା ଭାରତର ଲକ୍ଷ ଲକ୍ଷ ଲୋକଙ୍କୁ ଦୁନିଆ ସ୍ତରରେ ପ୍ରତିଯୋଗୀ କରିବା ପାଇଁ ଓ ସମାନ ଲକ୍ଷ ନେୟୀ ଜାପାନର, ରେଆରଜବ ଓ ମଲ୍ଟିଭାଷୀ ଦୁହିଟି ଭିନ୍ନ ବଜାରରେ ଦୁହେଁ ଦୁହିଁଙ୍କର ଶିଖିବା ପ୍ରଣାଳୀ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି |

ଅନୁରାଧା ଅଗ୍ରୱାଲ, ସଂସ୍ଥାପକ, ମଲ୍ଟିଭାଷୀଙ୍କ ସହିତ ଗାକୁ ନାକାମୁରା, ସିଇଓ, ରେଆରଜବ 

ରେଆରଜବ କାହାଣୀ ମଲ୍ଟିଭାଷୀ ଭଳି ଯୁବ ଷ୍ଟାର୍ଟଅପଙ୍କ ପାଇଁ ବହୁତ ପ୍ରେରଣାଦାୟକ ଅଟେ ଓ ଆମେ ପ୍ରତିଯୋଗୀ ବଜାରରେ ଉତ୍ପାଦ ଓ ଦଳ କୁ ପ୍ରାପ୍ତ କରିବାରେ ତାଙ୍କର ଅନୁଭବ ଶିଖିବା ପାଇଁ ତତ୍ପର ଅଛୁ |

ଦଳର ଭିଜନ “Chances for everyone, everywhere.” ସହିତ ରେଆରଜବ ଉଦ୍ଧେଶ୍ୟ ଏହା ଯେ,ବିଶ୍ୱସ୍ତରୀୟ ରୂପରେ ସକ୍ରିୟ ଭୂମିକା କାମ କରିବା ପାଇଁ ଲୋକଙ୍କ ପାଇଁ ଏକ ମଞ୍ଚ ନିର୍ମାଣ କରିବା ପାଇଁ ଚାହୁଁଛି ଓ ୧୦ ମିଲିଅନ ଜାପାନୀ ଲୋକଙ୍କ ପାଇଁ ଇଂରାଜୀ ଶିଖିବାରେ ଲକ୍ଷ ରଖିଛି | ଏହି କମ୍ପାନୀ ଏକ ଛୋଟ ଷ୍ଟାର୍ଟଅପ ଭାବରେ ୨୦୦୭ ରେ ଏହାର ଯାତ୍ରା ଆରମ୍ଭ କରିଥିଲା ଓ ବହୁତ ଶୀଘ୍ର ଏକ ଉଚ୍ଚରେ ପହଞ୍ଚି ୨୦୧୪ ରେ ଏକ ପବ୍ଲିକ ଲିସ୍ଟେଡ଼ କମ୍ପାନୀ ଭାବରେ ଜଣ ଗଲା |

ଯେତେବେଳେ ଆମେ ଇଂରାଜୀ ଶିକ୍ଷା ଇକୋପ୍ରଣାଳୀର ଲୋକଙ୍କୁ ଦେଖୁ, ତାହେଲେ ଅଧିକାଂଶ ସେଥିରେ ଇଟା ଓ ମର୍ଟଲ ମୋଡେଲ ଥିଲେ ଯେଉଁମାନେ ନାତ ସ୍କେଲେବେଲ ଥିଲେ ନାତ ଗ୍ରାହକଙ୍କ ବା ଅନଲାଇନ ଖେଳାଳିଙ୍କ ଶସ୍ତା ଯାହାକି କେବଳ ସ୍ଵ-ଶିକ୍ଷା  ବା ଅଧିକ ଗେମିଫିକେସନ ଓ ମେଟ୍ରିକସରେ ଧ୍ୟାନ ଦେଉଥିଲେ | “ଏହି ଖେଳାଳିଙ୍କ ମଧ୍ୟରୁ , ମଲ୍ଟିଭାଷୀ ଶିଖିବା ପ୍ରଣାଳୀକୁ ଅଧିକ ଧ୍ୟାନ ଦେବା ଓ ସ୍ଵ- ଶିକ୍ଷା ସହିତ ଟ୍ୟୁଟର ଜନିତ ସୁବିଧା ସହିତ ବିଶେଷ ମଡେଲ ତିଆରି କରି ଠିଆ ହେଇଛି |” କୁହନ୍ତି ଗାକୁ ନାକାମୁରା, ସିଇଓ, ରେଆରଜବ  

ମଲ୍ଟିଭାଷିରେ ଥିବା ବର୍ତମାନର ନିବେଶକ ଡାକ୍ତର ଅନିରୁଦ୍ଧ ମାଲପାନି କୁହନ୍ତି ଯେ “ଇଂରାଜୀ ଶିଖିବା ଆଶାୟୀ ଭାରତୀୟଙ୍କ ପାଇଁ ଏକ ଆକାଂଶଭରା ଲକ୍ଷ ଅଟେ ମୁଖ୍ୟତଃ ନୀଳ ଓ ଗ୍ରେ ରଙ୍ଗର ଶ୍ରମିକଙ୍କ ପାଇଁ ଯେଉଁମାନେ ଜାଣିଛନ୍ତି ଇଂରାଜୀରେ ପାରଙ୍ଗମ ହେବା ତାଙ୍କ ଚାକିରୀ ପାଇଁ କେତେ ଲାଭଜନକ ଅଟେ |ମଲ୍ଟିଭାଷୀ ଲାଇଭ ଶିକ୍ଷକ ଓ ଟେକ୍ନୋଲୋଜିର ଏକ ସମ୍ମିଶ୍ରଣରେ ଏହି ସମସ୍ୟାର ସମାଧାନ କରିଛି | ଏହା ଏକ ବହୁତ ବଡ ବଜାର – କେବଳ ଭାରତରେ ନୁହେଁ ପୁରା ବିଶ୍ୱରେ |ଯେତେବେଳେ ମୁଁ ମଲ୍ଟିଭାଷୀରେ ନିବେଶ କରିଥିଲି ସେତେବେଳେ ଏହାର କେବଳ ୧ ଲକ୍ଷ ଉପଯୋଗ କର୍ତା ଥିଲେ | ସେମାନେ ଉତ୍ପାଦ ବଜାରରେ ବହୁତ ହିଁ କୁଶଳ ଉପାୟରେ ଫିଟ ହେବାର ପ୍ରଦର୍ଶନ କରିଥିଲେ | ମୁଁ କପିପାଣିର ଭବିଷ୍ୟତକୁ ନେୟୀ ବହୁତ ଉତ୍ସାହିତ ଅଟେ , କାରଣ ସେମାନେ ମିତ୍ତବ୍ୟୟୀ ଅଟନ୍ତି ଓ ଜିତିବାରେ ତାଙ୍କର ଅଧିକାର ଅଛି |”  

ଇଂରାଜୀ ଶିଖିବା ଆଶାୟୀ ଭାରତୀୟଙ୍କ ପାଇଁ ଏକ ଆକାଂଶଭରା ଲକ୍ଷ ଅଟେ ମୁଖ୍ୟତଃ ନୀଳ ଓ ଗ୍ରେ ରଙ୍ଗର ଶ୍ରମିକଙ୍କ ପାଇଁ ଯେଉଁମାନେ ଜାଣିଛନ୍ତି ଇଂରାଜୀରେ ପାରଙ୍ଗମ ହେବା ତାଙ୍କ ଚାକିରୀ ପାଇଁ କେତେ ଲାଭଜନକ ଅଟେ |ମଲ୍ଟିଭାଷୀ ଲାଇଭ ଶିକ୍ଷକ ଓ ଟେକ୍ନୋଲୋଜିର ଏକ ସମ୍ମିଶ୍ରଣରେ ଏହି ସମସ୍ୟାର ସମାଧାନ କରିଛି | ଏହା ଏକ ବହୁତ ବଡ ବଜାର – କେବଳ ଭାରତରେ ନୁହେଁ ପୁରା ବିଶ୍ୱରେ | 

ଭାରତୀୟ ଭର୍ଣ୍ଣାକୁଲାର ଲେନ୍ଡସ୍କେପ ହେଉଛି ଷ୍ଟାର୍ଟଅପ କାର୍ଯ୍ୟର ମୁଖ୍ୟ କେନ୍ଦ୍ର ଓ ଏହି ସେକ୍ଟରରେ ଇଂରାଜୀ ଶିଖିବା ହେଉଛି ଏକ ମୁଖ୍ୟ ବିଷୟ | ଏକ ଭଲ ପରିଭାଷିତ ଉତ୍ପାଦ ରଣନୀତି ଓ ଏକ ପରିଶ୍ରମୀ ଦଳ ସହିତ ମଲ୍ଟିଭାଷୀ ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଓ ବଡ ସୁଯୋଗର ଲାଭ ଉଠାଇବା ପାଇଁ ସଠିକ ରାସ୍ତାରେ ଅଛି |

Learn Online Courses
Live Oriya Classes Online
Online Training Learn From the Comfort of Your Home

Online Training Live Interactive Classes

Online Training Tailor Made For You

Online Training
Need to know more about Live Classes? Request Callback
Learn Free
Start Learning Test on Your Own for Free!